ହୃଦୟ - ତପନ ଦୀକ୍ଷିତ

0

ଶେଷ ଇଛା ମୋର କହି ମୁଁ ଯାଉଛି
କେବେ ଯଦି ଜୁଇ ଜଳେ
ତୁମ ନାମ ଥିବ ଶ୍ମଶାନ ବୁକୁରେ  
ରାମନାମ ଅନ୍ତରାଳେ ॥
ହୃଦୟକୁ ତୁମ ନାଁ ରେ କଲି ମୁଁ
ଶବ ବ୍ୟବଚ୍ଛେଦ ଘରେ
ଚିରି ଦେଖିନେବ ପାପୁଲିରେ ଥୋଇ
କେବେ ମରିଗଲା ପରେ ॥
ପରଖି ଦେଖିବ କଟା ଖଣ୍ଡଟାକୁ
ତା' ଭିତରେ କେତେ ପ୍ରେମ
ଶେଷ ଢ଼ୋକ ଢାଳି ବିଦାୟ କହିବ
ଅଧରୁ ଚଳୁଏ ତୁମ ।।

ନାସିକେଶ୍ଵର, କାକଟପୁର, ପୁରୀ
ଦୂରଭାଷ - ୮୦୦୦୦୭୨୬୨୯

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ