ଓଁ ନମଃ ଶିବାୟ - ଘନଶ୍ୟାମ ସାହୁ

0

ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଓଁ ନମଃ ଶିବାୟ ଶିବ ଓଁ ନମଃ ଶିବାୟ 
କାନ୍ଧେ ଧରି ପାଣି ଭାର
ଯାଉଛି ଶିବ ମନ୍ଦିର
ଆଜି ସୋମବାର ମାସ ଶିରାବଣର
ତୁଣ୍ଡେ ଜପି ଚାଲିଛି ମୁଁ ଶିବ ପଞ୍ଚାକ୍ଷର
ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଓଁ ନମଃ ଶିବାୟ ଶିବ ଓଁ ନମଃ ଶିବାୟ ॥୧॥
ଦୁଦୁରା ଗୟସ ଫୁଲ ବେଲପତର
ଖାଣ୍ଟି ଗାଈଘିଅ ଦୀପ ହାତେ ଶ୍ରୀଫଳ
ପ୍ରତି ସୋମବାର ଜଳ
ଢାଳିବି ଶ୍ରୀ ଲିଙ୍ଗପର
ବ୍ରତ ମୁଁ ପାଳିଛି ପ୍ରଭୁ ଶଙ୍କରଙ୍କର
ତାଙ୍କ କୃପାରୁ ପୂରିବ ନିଶ୍ଚେ ଆଶା ମୋର
ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଓଁ ନମଃ ଶିବାୟ ଶିବ ଓଁ ନମଃ ଶିବାୟ ॥୨॥
ପ୍ରତି ସୋମବାର ଯିବି ଶିବ ମନ୍ଦିର
ଭକ୍ତି ନଇବେଦ୍ୟ ଢାଳି ପୂଜିବି ହର
ଶିବ ଶମ୍ଭୁ କଲେ ଦୟା
ଯାଚି ବର ଦେବେ ଯାହା
ଶରଣ ପଶିଲି ପ୍ରଭୁ ଶିବଶଙ୍କର 
କୃପା କର ପଶୁପତି ଦେବ ମହେଶ୍ୱର 
ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଓଁ ନମଃ ଶିବାୟ ଶିବ ଓଁ ନମଃ ଶିବାୟ ॥୩॥

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)