ମହାକାଳେଶ୍ଵର - ଘନଶ୍ୟାମ ସାହୁ

0

କାଳଙ୍କର ତୁମେ ମହାକାଳେଶ୍ଵର
ଉଜ୍ଜୟିନୀ କ୍ଷେତ୍ରପତି
ଭକତଙ୍କ ଦୁଃଖ ଦୁର୍ଗତି ବିନାଶ 
କର ବୋଲି ନିତି ପ୍ରତି
ହେ ପ୍ରଭୁ ଉମାବଲ୍ଲଭ
ଦର୍ଶନ ମାତ୍ରେକେ ଶାନ୍ତ ହୁଏ ପ୍ରାଣ
ଭକ୍ତ ଲଭେ ସର୍ବ ଶୁଭ ॥
ଅନତି ଦୂରରେ ଶ୍ରୀ କାଳଭୈରବ
ଅଛନ୍ତି ହୋଇ ସଜାଗ
ନିତି ତାଙ୍କ ନାମ ଭଜନ କରିଲେ
ଖୋଲେ ଭକତଙ୍କ ଭାଗ୍ୟ
ସିପ୍ରା ନଦୀ କୂଳେ ରହି
ଲମ୍ବା ଧାଡ଼ି ଲାଗେ ଗହଳି ଭକତ
କାଣିଏ କରୁଣା ପାଇଁ ॥
ସଫଳ ହୁଏନି ଦରଶନ କରି
ମହାକାଳଙ୍କୁ କେବଳ
ଉଭୟ ଠାକୁର କଲେ ଦରଶନ
ମିଳେ ମହାପୁଣ୍ୟ ଫଳ
ଭଜିଲେ ସେ ପ୍ରଭୁ ନାମ
ମହାକାଳେଶ୍ଵର ଶ୍ରୀ କାଳଭୈରବ
କରିବେ ନିଶ୍ଚେ କଲ୍ୟାଣ ॥

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ