ଖୁସିରେ ହରିଣ ମାରୁଛି ଡିଆଁ
ପୁଷି ନାନୀ ବାହାଘର
ବାଣ ରୋଷଣୀରେ ବଣ ଉଚ୍ଛୁଳୁଛି
ଭୂଆ ସାଜିଛିରେ ବର ।।
ଅକଲ ମକଲ ଟକଲ ଟିଆଁ
ଭାଡିରୁ କହିଲା କୁକୁଡା ଚିଆଁ
ହେଲାରେ ସକାଳ ହେଲା
ଗଧିଆ କଟାସ ପାଠ ପଢି ଗଲେ
ଚାଟଶାଳୀ ଖୋଲାହେଲା ।।
ଅକଲ ମକଲ ଟକଲ ଟିଆଁ
ଠେକୁଆ ଖାଉଛି ଉଖୁଡା ମୁଆଁ
ଆଣିଥିଲେ ବାଘମାମୁ
ମାମୁଘର ବାଡି ପଛପଟେ କେତେ
ଲାଗିଛିରେ ଲିଚୁ ଜାମୁ ।।
ଅକଲ ମକଲ ଟକଲ ଟିଆଁ
ବିଲୁଆର ଘରେ ଲାଗିଛି ନିଆଁ
ହୁତୁହୁତୁ ଘର ଜଳେ
ନିଆଁ ଲିଭିଗଲା ବିପଦ ଟଳିଲା
ହନୁବୁଢା ବୁଦ୍ଧି ବଳେ ।।
ଅକଲ ମକଲ ଟକଲ ଟିଆଁ
ମନେ ତୁମ ଖୁସି ନାହିଁତ କିଆଁ
ହାତୀକୁ କହିଲା ପାତି
ଦୃଢ ନକରିଲେ ନିଜ ମନୋବଳ
ଦୁଃଖରେ ପାହିବ ରାତି ।।
ଜୟପୁରଶାସନ, ପିପିଲି, ପୁରୀ
ଦୂରଭାଷ - ୭୦୦୮୯୨୫୯୫୪
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।