ତୁମେ ମୋ ପ୍ରିୟା - ଗଗନ ବିହାରୀ ନାୟକ

0

ସକାଳ ସୂରୁଜ ବୁଣିଲା ମୁରୁଜ
ହସି ଉଠିଲା ମୋ' ଗାଆଁ,
ନଈ ତାଳ ବନେ କେହି ଚୁପି କାନେ
କହୁଥିଲା ତୁମ ନାଆଁ...,
ତୁମେ କୁଆଡେ ହେବ ମୋ' ପ୍ରିୟା ॥୦॥

ଦେଖା ଦେଖି କେବେ ହୋଇଛି କି ନାହିଁ
ମନେ ନାହିଁ ତୁମ ନାଆଁ,
ଦୂରେ ଥିଲେ ପାଶେ ଲାଗ ସତେ ମୋତେ,
ସହର ସେପଟେ ଗାଆଁ,
ଡାକିଦେଲେ କେବେ ଧାଇଁ ଆସି ମୋତେ...,
କହି ଦିଅନ୍ତ କି ନାଆଁ ॥୧॥

ଶୋଇ ଗଲେ ରାତି ସପନ ଶେଯରେ,
ଦିଏ କେତେ ମନେ ବ୍ୟଥା,
ତୁମ ମନେ କିଛି ମୋ ମନେ କିଛି,
ବାକି ରହିଗଲା କଥା,
କହିବ ଆସିଲେ ଘରକୁ ମୋହର,
ସାଜି କେବେ ପ୍ରାଣ ପ୍ରିୟା ॥୨॥

ପ୍ଲଟ - ୫୦୩, ମଞ୍ଚେଶ୍ୱର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭

Post a Comment

0Comments
Post a Comment (0)