ମନରେ ଅନେକ ସପନ ନେଇ,
ପ୍ରୀତିର କଜଳେ ଲେଖୁଥିଲ ତୁମେ
ମରମ ତଳର ଦରଦ ବହି ॥
ପାରୁନି କହି ମୁଁ ପାରୁନି ରହି
ପ୍ରେମର ଯାତନା ହୁଏନା ସହି ॥୦॥
ଚିଠି ତୁମ ଆଜି ପୁରୁଣା ହେଇଛି
ସ୍ମୃତିର ମହକ ଯାଇନି ଚାଲି,
ଯେବେ ମୁଁ ପଢୁଛି ନିରୋଳାରେ କେବେ
ତୁମ ପ୍ରୀତି କେବେ ପାରେନା ଭୁଲି ॥
କେମିତି ଭୁଲି ବି ସେ ସ୍ମୃତିର ଗାଥା
ମନ ତଳେ ଉଠେ ଚେଇଁ ॥୧॥
ଶୂନ୍ୟତା ମାପୁଛି ହୃଦୟର ମୋର
ତୁମ ବିନେ ଯାହା ଯାଇଛି ରହି,
ଛାଇ ଦେଖି ନିଜ ଚମକି ଉଠୁଛି
ତୁମ ବାଟ ଚାହିଁ ସମୟ କାଟୁଛି,
ଆସିବାର ବେଳ ବୁଡିଗଲା ପରେ
ଆସନ୍ତାକାଲିକୁ ବସୁଛି ଚାହିଁ ॥୨॥
ତୁମେ ଚାଲିଗଲ ଏ ମନକୁ ନେଇ
ସେ ଦିନୁ ତୁମକୁ ରହିଛି ଚାହିଁ,
ଭାବି ନଥିଲି ମୁଁ ସପନରେ ଥରେ
ତୁମେ ଏମିତିକା ପାରିବ ହୋଇ ॥
ଏ ଜନମେ ତୁମେ ହେଲନି ମୋ ପ୍ରିୟା
ଆର ଜନମକୁ ରହିଲି ଚାହିଁ ॥୩॥
ପ୍ଲଟ - ୫୦୩, ମଞ୍ଚେଶ୍ୱର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭