ଆଘାତ - ଦେବରାଜ ରଣା

0

ମରୁଭୂମିର ତୁ ମରିଚୀକା ପରି 
ମରୁଛି ତୋ ପ୍ରେମେ ନିତି,
ବାଲି ଗରଡ଼ାର ଉଷୁମ ତାତିରେ
ଧୂଳିକଣା ଭେଦେ ଛାତି ॥

କଣ୍ଟାର ଆଘାତେ ପାଦର ଯନ୍ତ୍ରଣା
ଲହୁର ଅଳତା ଗାର, 
ଶୁଖିଗଲା ତଣ୍ଟି ତୋ'ପ୍ରେମ ତୃଷ୍ଣାରେ
ମାରିଥିଲୁ ପ୍ରୀତି ତୀର ॥

ଶ୍ରାବଣ ମେଘରେ ଭିଜେଇଲୁ ଥରେ
ଢ଼ାଙ୍କି କାଳିମା ଅନ୍ଧାର,
ଫଗୁଣର ଫଗୁ-ହେଲା ରକ୍ତ ଛିଟା
ଅବତରୀ ପିଶାଚର ॥

ପବିତ୍ର ବନ୍ଧନ ପ୍ରେମର ସମ୍ପର୍କ
ହୃଦୟର ମିଳା ମିଶା,
ଆଘାତ ଦେଇ ତୁ ଭାଙ୍ଗିଲୁ ବନ୍ଧନ
ମେଣ୍ଟିଲା କି ତୋର ତୃଷା ॥

ବଦଳିଲା ଭାବ ଭାବନା ସାଥିରେ
ଛଳନା ପ୍ରୀତିରେ ତୋର,
ସାଜିଲୁ ଯନ୍ତ୍ରଣା ବେଦନାଟେ ହୋଇ
ଭାଙ୍ଗିଲୁ ବିଶ୍ୱାସ ମୋର ॥

ଚାଉଳଡ଼ିଆଁ, ଲାଠୋର, ବଲାଙ୍ଗୀର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ