ତୁ ତ ସେଦିନ ଖୁବ୍ ପାଖରୁ ଦେଖିଲୁ
ଏକ ଉଜ୍ଜଳ ଆଲୋକକୁ...
କହ.., ପାରିଲୁକି ଘେରି,
ଅବା ଭୟଭୀତ କରି
ନେଇ ପାରିଲୁକି ଟାଣି
ତୋ ଦୁନିଆ ଆଡ଼କୁ...???
ନାଇଁ ନା...!!
ତେବେ କାହିଁକି ଏମିତି ହେଲୁ
ନିଜ ମୁହଁରେ ଆହୁରି କଳା ମାଖି
ଦୁନିଆ ଦାଣ୍ଡରେ ନିଜ ହାର୍ ର
ଢିଣ୍ଡୁରା ପିଟିବା ପସନ୍ଦ କଲୁ...?
କହିଦେ,
ମୁଁ ନିରୁପାୟ ଥିଲି ବୋଲି
ମୁଁ ନିଜେ ମୋ ହାତ ଗୋଡ ବାନ୍ଧି ଦେଇଥିଲି
ଅବା ଏ ଥିଲା ମୋର ପୁରୁଣା ଅଭ୍ୟାସ
ଯାହା ଠିକ୍ ସମୟରେ
ମନେ ପଡ଼ିଗଲା ଟିକିଏ ଖାଲି...
ଶୁଣିଲୁ,
ଅନ୍ଧାର ଯେତିକି ଆଲୁଅ ସେତିକି
ଅନ୍ଧାର ପାଇଁ ଆଲୋକ ଯାଏନି ଅଟକି
ଅନ୍ଧାରର ଅନ୍ୟ ନାଁ ଯଦି ଈର୍ଷା
କ୍ଷମତାର ଅନ୍ୟ ନାଁ ଯଦି କ୍ଷମା
ତେବେ ତୁ ଗୋଟେ ଲଜ୍ଜ୍ୟା ବୋଲି
ଚିତ୍କାର କରି କହୁଛି ଏ ଭଞ୍ଜ ମାଟି...
କେହି ଇସ୍ତଫା ଦେଉ କି ନଦେଉ
ମୁଁ କିନ୍ତୁ ଦେବି
ବିଶ୍ୱାସ ଭରସା ବଦଳରେ
ଘୃଣା ଯୋଗାଡିବି
କାହିଁକିନା..,
ଏ ରାମ ରାଜ୍ୟରେ ରାବଣ ଭାବନା ରଖି
ସୂର୍ପଣଖା କାହିଁକି ହେବି...?