ଆଖିରେ ମୋ ଜ୍ୟୋତି ନାହିଁ,
ତୋହରି କାନରେ ଶୁଣୁଛି ସବୁ ମୁଁ
କାଲ ଅଟେ ବୋଲି ମୁହିଁ ।।
ବାକ୍ୟ ସ୍ଫୁରେ ନାହିଁ ପାଟିରୁ ମୋହର
ଭଜନ ସଦା ମୁଁ ଗାଏ,
ତୋ' ଭାବରେ ଥାଇ ଲୀନ ହୋଇଯାଏ
ଦିନ ମୋର ସରିଯାଏ ।।
ହୃଦ ଚକ୍ଷୁ ଖୋଲି ଦେଖୁଛି ତୋତେ ରେ
କି ସୁନ୍ଦର ତୋର ରୂପ,
ସେଥିପାଇଁ ଝୁରେ ଗୋପ ଆଉ ଗୋପୀ
ଝୁରଇ ଦୁନିଆଁ ଯାକ ।।
ତୋ' ଲୀଳା ବୁଝିବା ଦୂରୁହ ବ୍ୟାପାର
ମୋର କିବା ସାଧ୍ୟ ଅଛି ?
ମୁଁ ଛାର କିଙ୍କର ଅଧମ ପାମର
ତୋର ବାହୁ ତଳେ ଅଛି ।।