ଦୁଇ ଜଣ ସିଏ
ଗଣନା ହୁଅଇ ଶାସ୍ତ୍ର
ଜଣେତ କଥାରେ
ବାନ୍ଧି ଦେଇଥାଏ
ଆଉ ଜଣ କଥା ଅସ୍ତ୍ର ।।୧।
ଜଣଙ୍କର ପ୍ରେମ
ଭାରିଜେ ମଧୁର
ପୋଛିଦିଏ କାନି ଆଗେ
ଆଉ ଜଣଙ୍କର
ପ୍ରେମ ଯେ କଠୋର
ଦୂରୁ କେତେ ସିଏ ଭାଗେ ।।୨।
ଜଣେ ତ ପାଳଇ
ଭାରି ଅଲିଅଳି
ଦେଖିନାହିଁ ଚୁଲି ମୁଣ୍ଡ
ଜଣେତ ରୋଷେଇ
ଶାଳରେ ବସାଏ
ଖଞ୍ଜି ଦିଏ କାଠ ଗୁଣ୍ଡ ।।୩।
ଜଣଙ୍କ ଘରରେ
ରୋଷେଇ ଜାଣିନି
କଂସା ବି ଧୁଏନି କେବେ
ଶାଶୁ ଘରେ ପୁଣି
ପିଜି କରିଦିଏ
ଏକଥା କେବେ ସେ ଭାବେ ।।୪।
ସବୁ ସମୟତ
ସମାନ ନୁହଁଇ
ଶାଶୁ ଆଉ ମା ସମାନ
ତଥାପି ଦୁନିଆ
ଭିନ୍ନ ଦୃଷ୍ଟି ଦେଖେ
ସବୁରି ଅଲଗା ଜ୍ଞାନ ।।୫।
ସବୁ ବୋହୂ ଯଦି
ସୁଧରି ତ ଯିବେ
ଦେଖିବେ ଜଦି ସେ ଗୋଟେ
ମାଆ ଆଉ ଶାଶୁ
ସବୁଯେ ସମାନ
ସବୁ ଚାଲିଯିବ ବାଟେ ।।୬।
ନୂଆମଙ୍ଗରାଜପୁର, ବଡ଼ମ୍ବା, କଟକ