କଳା ଶ୍ରୀମୁଖ - ଡଃ ମାଙ୍ଗଳିକା ମହାପାତ୍ର

0

ଭାରି ଦେଖିବାକୁ ଇଛା ତୋ କଳାଶ୍ରୀମୁଖ
ଭାବି ଭାବି ତତେ ମନେ ଭରିଯାଏ ସୁଖ
ମୂରତି ତୋର ଆଙ୍କି ନ ପାରିବାର ଦୁଃଖ
ସଦା ଡାକୁଥାଏ ଯିବାପାଇଁ ତୋର ପାଖ...

ତୋର ବଡ଼ଦାଣ୍ଡ ଧୂଳି
କେବେ ଅଙ୍ଗେ ହେବି ବୋଳି
ଦିନ ରାତି ସଦା ହୁଏ ଭାଳି
ତୋ କଥା ଭାବି ହୁଏ ବାଉଳି...

ବାଇଶି ପାହାଚେ କେବେ ଦେବି ପାଦ
ଶୁଣିବାକୁ ଇଛା ତୋ ବାଜଣା ବାଇଦ
କାନରେ ପଡ଼ିଲେ ତୋ ନାଁ ର ଶବଦ
ଆତୁର ହୁଏ ଦେଖିବାକୁ ଏ ହୃଦ...

ଗରୁଡ଼ ପଛେ ରହି ତୋ ଦର୍ଶନ ପାଇବି
ଏ ମସ୍ତକରେ କେବେ ବେତ ମାଡ଼ ଖାଇବି
ଆନନ୍ଦ ବଜାରେ କେବେ କୈବଲ୍ୟ ଲଭିବି
ମୋ ଦୁଃଖ କଷ୍ଟ ଯେତେ କେବେ ତତେ କହିବି...


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ