
ଦେହ ଦହନର ଧାସ
ସିଏ ମୋ ପ୍ରେମର ଗୋଟିଏ ନାୟିକା
ଜୀବନର ଅବଶୋଷ ।
ଗହମ ରଙ୍ଗର ଚେହେରା ତାହାର
ସବୁଠୁ ନିଆରା ଆକ୍ଷି
ଏ ପାଗଳ ମନ ପ୍ରେମରେ ପଡିଲା
ତା ନିଆରା ପଣ ଦେଖି ।
ଏତେ ଗୁଣ ତାକୁ ଦେଇଛି ଦଇବ
ଲେଖିଲେ ହେବନି ଶେଷ
ସିଏ ମୋ ମନର ଗୋଟିଏ ନାୟିକା
ଜୀବନର ଅବଶୋଷ ।
ଲେଖିଥିଲା ସିଏ ମୋ ପାଇଁ କବିତା
ପ୍ରୀତିଗୀତ ଗାଇଥିଲା
କଥା ଦେଇଥିଲା ଏଇ ଦେହ ମନ
ସବୁତ ତୁମର ହେଲା ।
ଶେଷରେ ତା'ରି ପଦିଏ କଥାରେ
ସବୁକିଛି ହେଲା ଶେଷ
ସିଏ ମୋ ମନର ଗୋଟିଏ ନାୟିକା
ଜୀବନର ଅବଶୋଷ ।