କାଞ୍ଜୀଟି ଖାଇଲି
ନାଆଁ ଟି ତା'ର ଗନ୍ଧଣା,
ଗୁଡ଼ ଖୁଦ ସହ
ରାନ୍ଧି ହୋଇଥିଲା
ଚହଟାଇ ତା'ର ବସନା ।।
ବୋଉ ଅଛନ୍ତି କି?
ମାମା କୁ କହିଦେ
ଜଣ ଜଣ ଆସି ପଡୋଶୀ,
ତୁଛା ବାହାନାରେ
କବାଟ ବାଡେଇ
କାଞ୍ଜୀ ଲୋଭେ ପଶି ଆସନ୍ତି ।।
ମନ ଚିହ୍ନି କୁହେ
ଘରଣୀ ଆମର
ଏ ଗିନାକୁ ଘୋଡେଇ ନିଅ,
ଗରମ ଗିନାକୁ
ଧରି ଧୀରେ କୁହେ
ତୁମ ପାଇଁ ରଖି ଦିଅ ।।
ବାରି ଗଛେ ଅଛି
ଶଗଡେ ପତର
କେବେ କିଏ ତୋଳି ନିଅନ୍ତି,
କାଞ୍ଜୀ ବାସନାରେ
ଝାଞ୍ଜି ଫିକା ପଡେ
ଚହଟେ ମୋ ଗାଆଁ ମାଟି ।।
ଚିକିଟୀ ଗଡ଼, ଗଞ୍ଜାମ
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।