ମହାପ୍ରଭୁଙ୍କର ପରା,
ଏମିତିକା ଦିଅଁ ନାହାଁନ୍ତି ଜଗତେ
ବୁଲନ୍ତି ରଥରେ ଧରା ।।
ଶୁକ୍ଳପକ୍ଷ ଆଉ ଦ୍ୱିତୀୟା ତିଥି ଯେ
ଆଷାଢେ ଯେବେ ହୁଅଇ,
ସେହି ଦିନଟିରେ ରତ୍ନବେଦୀ ଛାଡ଼ି
ପ୍ରଭୂ ଆସନ୍ତି ଓହ୍ଲାଇ ।।
ପତିତମାନଙ୍କୁ ଦେଇ ଦରଶନ
ଜୀବନ କରାନ୍ତି ଧନ୍ୟ,
ସେଥିପାଇଁ ପରା ପତିତପାବନ
ନାମ କରନ୍ତି ବହନ ।।
ଏମିତି ଠାକୁର ସାରା ଜଗତରେ
ଦେଖି ନଥିବେ ତ କେହି,
ଭାଇ ଭଉଣୀଙ୍କୁ ସାଥିରେ ବସାଇ
ବୁଲୁଥାନ୍ତି ପଥେ ରହି ।।
ପୁରୀ ବଡ଼ଦାଣ୍ଡ ଉଚ୍ଛୁଳି ଉଠଇ
ଶଙ୍ଖ ହୁଳହୁଳି ତାନେ,
ବିଶ୍ଵବାସୀ ଚାହିଁ ହୁଅନ୍ତି ମଗନ
ଦେଖନ୍ତି ପବିତ୍ର ମନେ ।।
ଏହି ଯାତରାକୁ ଘୋଷଯାତ୍ରା ବୋଲି
ଜାଣନ୍ତି ଜଗତ ସାରା,
ନଦିଘୋଷ ରଥେ କାଳିଆ ବସନ୍ତି
ପଛେ ଆସୁଥାନ୍ତି ପରା ।।
ଆଗେ ଚାଲିଥାନ୍ତି ତାଳଧ୍ଵଜ ରଥେ
ବଡ଼ଭାଇ ବଳଭଦ୍ର,
ମଝିରେ ଥାଆନ୍ତି ସୁନାଚାନ୍ଦ ମୁହିଁ
ସୁଦର୍ଶନ ଥା'ନ୍ତି ମିତ୍ର ।।
ଦେବଦଳନର ରଥେ ବସିକରି
ଗଡୁଥାନ୍ତି ମଝି ହୋଇ ,
ଆଗରେ ପଛରେ ଦୁଇଭାଇ ରହି
ସୁରକ୍ଷା କବଚ ଦେଇ ।।
ନବଦିନ ପାଇଁ ଯାତରା କରନ୍ତି
ଗୁଣ୍ଡିଚା ମନ୍ଦିରେ ଥାଇ,
ଆଡ଼ପ ମଣ୍ଡପ ଯଜ୍ଞବେଦୀ ନାମେ
ବିଖ୍ୟାତ ସେ ନାମ ଦୁଇ ।।
ସବୁ ଯାତ୍ରା ମଧ୍ୟେ ଏହି ଯାତରାଟି
ପ୍ରିୟ ଯାତ୍ରା ପ୍ରଭୁଙ୍କର,
ଚାହିଁ ବସିଥାନ୍ତି ଆଷାଢ଼ ମାସକୁ
ବୁଲିବେ ବଡ଼ଦାଣ୍ଡର ।।
ଧନ୍ୟ ମହାପ୍ରଭୁ ସାରା ଜଗତର
ତୁମେ ଅଟ ସୃଷ୍ଟିକର୍ତ୍ତା,
ମାନବୀୟ ଲୀଳା ମର୍ତ୍ତ୍ୟରେ କରିଣ
ଦିଅ ଯେ ଆଦର୍ଶ ବାର୍ତ୍ତା ।।
ଛୁଆଁ ଅଛୁଆଁର ଭେଦ ଭାବ ନାହିଁ
ଏଇ ଯାତରାରେ ସାରା,
କେହି ବଡ଼ କିବା କେହି ସାନ ନୁହେଁ
ତୁମରି ଆଖିରେ ପରା ।।
ବାଲେଶ୍ଵର, ଓଡିଶା