କରିଛି ଫୁଲ ଦୋକାନ
ନାନା ଜାତି ଫୁଲ ତୁଳସୀର ଦଳ
ରଖିଛି କରି ଯତନ ।
ଦର୍ଶନର ଇଚ୍ଛା ଥାଇ ବି କେବେ ହେଁ
ପାରେନି ଜଗାକୁ ଦେଖି
ପହୁଡ଼ ସମୟ ହୋଇଯାଏ ସିନା
ଫୁଲ ତୁଳସୀ ମୁଁ ବିକି ।
ପ୍ରତ୍ୟକ୍ଷ ଦର୍ଶନ ନହେଲେ ସୁଦ୍ଧା ମୁଁ
ଖୁସିରେ ପ୍ରତୀକ୍ଷା କରି
ଅନାଇଁ ରହିଛି ଭରସା ରଖିଛି
ପାଇବାକୁ କୃପା ବାରି ।
ଗୁଣ୍ଡିଚା ବାହୁଡା଼ ସ୍ନାନ ଯାତ୍ରା ବେଳେ
ମିଳେ ପ୍ରତ୍ୟକ୍ଷ ଦର୍ଶନ
ବର୍ଷକ ମଧ୍ୟରେ ଚତୁର୍ଦ୍ଧା ମୂରତି
ଦେଖି ତୃପ୍ତ ହୁଏ ପ୍ରାଣ ।
ତୁମେ ମୋର ବନ୍ଧୁ ତୁମେ ମୋର ସଖା
ଭରସା ରଖିଛି ମୁହିଁ
ତୁମରି ସେବାରେ ବିତି ଯାଉ ଦିନ
ଶ୍ରୀମୁଖକୁ ଚାହିଁ ଚାହିଁ ।
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫