ନିଜ ବେଶେ ସାତପର
ଆଖି ଇସାରାରେ ହୃଦୟକୁ କଲା
ଇଚ୍ଛାମତେ ଭଡ଼ାଘର
କଥା ବହିନାରେ ମାୟା ଲଗେଇଲା... ॥୦॥
ଭାବ ମଉକାରେ ଫାଇଦାରେ ଥିଲା
ଭୁରୁ ଭୁରୁ ବାସ ସ୍ନେହ
ନିବିଡ଼ତା ଲୁହ ଦେଖାଇଲା ମୁହଁ
କେତେ ଅଛି ମନ କୋହ,
ନିଜଘର ନୁହେଁ ଭଡ଼ାଘର ସେତ
ମିଛ ଖାଲି ଅଧିକାର
କଥା ବହିନାରେ ମାୟା ଲଗେଇଲା... ॥୧॥
ଚଳିବାଟା ତା'ର ଛଳିବାଟା ବେଶି
ଜୀବନର ଅଭିନୟ
ଭଡ଼ା ପଡୁନାହିଁ ନ୍ୟସ୍ତ ସ୍ଵାର୍ଥ ଖେଳ
ଯଉବନ ଅନୁନୟ,
ଯଶ ଧନ ସବୁ ଉଜାଡ଼ିଲା ପରେ
ସ୍ଵପ୍ନ ଲୀଳା ଛାରଖାର
କଥା ବହିନାରେ ମାୟା ଲଗେଇଲା... ॥୨॥