ଅଙ୍କାବଙ୍କା ହୋଇ ଧାଉଥାଏଁ,
ମୋ ଛନ୍ଦରେ ମୁହିଁ ଲୀନ ଥାଏ ।।
ମୋ' ମିଠା ଜଳକୁ ପରଷି ସଭିଙ୍କୁ
ଆପଣାର ସବୁ କରୁଥାଏ,
ପାତର ଅନ୍ତର କରେନା କେବେବି
ସଭିଙ୍କ ମନକୁ ତୋଷି ଥାଏ ।।
ଖାତିର ନକରି ବାଧା ବିଘ୍ନ ସବୁ
କଣ୍ଟା ଝଣ୍ଟା ଡେଇଁ ବୋହିଯାଏ,
ସାଗର ସଙ୍ଗମ ଏକମାତ୍ର ଲକ୍ଷ୍ୟ
ଧ୍ୟାନ ମଗ୍ନ ହୋଇ ରହିଥାଏ ।।
ଯେବେ ଯାଇ ମିଶେ ପ୍ରିୟ ସାଥେ
ଆନନ୍ଦେ ମଗନ ହୋଇଯାଇ ମୁହିଁ
ଭୁଲିଯାଏ ତେବେ- ନିଜକୁ ଯେ
ସମର୍ପି ଦେଇ ମୁଁ ନିଜ ଆତ୍ମ ସତ୍ତା
ବିଭୋର ମନରେ ନିଜେ ହଜେ ।।
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।