ମୁନୁଷ୍ ଭରମେଁ କେତେ,
ଜନମ୍ ଥିଲେ ତ ମରନ୍ ଟେ ଅଛେ
ପରଭୁ ହେଲେ ବି ସତେ ।
ବନ୍ଧୁ ବାନ୍ଧବ କୁଟୁମ୍ ବାଟୁମ୍
ସବୁତ ଆଏ ବେକାର୍ ,
ପରାନ୍ ଛାଡଲେ ଅଛୁଆଁ କହେବେ
କରବେ ଛିଛିକାର୍ ।
ମଶାନର୍ ଜୁଏ ସଜା ହେଇଥିବା
ଖଇ ଝିଂଟି ନେବେ ବୁହି,
ଜନମ୍ ମରନ୍ ଦୁଇଟା ଜିନିଷ୍
ଦୁନିଆଁରେ ସତ୍ ଭାଇ ।
କିଏ କହୁଥିବା ବନେ ଲୁକ୍ ଥିଲା
କିଏ ଦେଉଥିବା ଗାଲି,
କିଏ କାନ୍ଦୁଥିବା ଗୁଲ୍ ଗୁଲା ହେଇ
କିଏ ମାରୁଥିବା ତାଲି ।
ଜିଇଁ ଥିବା ଯାଏ ଜପ ରାମ୍ ନାମ୍
ଜୀବନ୍ ଟା ହେବା ସାର୍ ,
ମୁନୁଷ୍ ଜୀବନ୍ ତ ଦୁଇ ଦିନିଆଁ
ଛାଡ୍ ଲୁଭ୍ ଅହଁକାର୍ ।