ଆସୁଛକି ଥିରି ଥିରି,
ଲାଜ କଣ ତୁମ ଏଯାଏଁ ଛାଡିନି
କରୁଛ ଯେ ଏତେ ଡେରି ।।
ତୁମ ବିନା ଦେଖ ଜଳୁଛି କିପରି
ଏଇଯେ ବସୁଧା ମାତା,
ପ୍ରଚଣ୍ଡ ସାଜିଛି ନିଦାଘ କିପରି
ଦେଉଛି ଅଶେଷ ବ୍ୟଥା ।।
ସବୁ ଗଛ ଲତା ଝାଉଁଳି ଗଲେଣି
ଶୁଖିଲାଣି କେତେ ନଈ,
ତଥାପି କାହିଁକି ବିଳମ୍ବ କରୁଛ
ଆସିବାକୁ ମନ ନାହିଁ ।।
ବିଦଗ୍ଧ ପ୍ରାଣ ମୋ ବିରହ ଜ୍ୱାଳାରେ
ହେଉଅଛି ଜର୍ଜରିତ,
ଆସ ଲାସ୍ୟମୟୀ ମୌସୁମୀ ରାଣୀ
ଦିଅ ମୋତେ ଆସଲେଶ ।।
ତୁମରି ଛୁଆଁରେ ପାଇବ ଜୀବନ
ଯେତେ ଯେତେ ବୃକ୍ଷ ଲତା,
ମୋ ପାଇଁକି ତୁମେ କରୁଣା ବାରିକୁ
ରଖିଥିବ ଦେଇ ଶ୍ରଦ୍ଧା ।।
ଆଗୋ ମଉସୁମୀ ଉଛୁର କରନା
ବରଷି ଯାଅ ଗୋ ସଖୀ,
ତୁମେ ସଦ୍ୟସ୍ନାତା ବସୁଧା ଉପରେ
ଢ଼ାଳିଦିଅ ଧାରା ବେଗି ।।
ତୁମରି ଛୁଆଁରେ ହେବ ଗର୍ଭବତୀ
ଅଜାଡ଼ି ଦେବ ସେ ଶସ୍ୟ,
ସବୁରି ମୁଖରେ ଚମକି ଉଠିବ
ପୁଲକିତ ମନେ ହସ ।।