ମୋତେ ତୋ ରଙ୍ଗରେ ରଙ୍ଗଉ ଥା - ଡକ୍ଟର ନୀଳମାଧବ କର

0

ତୋ ଦେହର ରଙ୍ଗରେ 
ମୋତେ ରଙ୍ଗେଇବୁ ବୋଲି 
ତୁ ମୋତେ ହାତ ଟେକି 
ପାଖକୁ ଡ଼ାକୁଛୁ 

ତୋ ଆଲିଙ୍ଗନର ଚମକରେ 
ମୋ ତନୁ ମନ, ମୋ ଜୀବନ 
ହଜାରେ ଇନ୍ଦ୍ରଧନୁରେ ସଜା ସବୁବେଳେ 
ତୋତେ ପରା ପରତେ ନଥାଏ 

ତୋ ସଙ୍ଗେ ଜଡ଼େଇ ହେଇ 
ମୋ ଅସ୍ତିତ୍ୱ ରଙ୍ଗାୟିତ 
ଅସଂଖ୍ୟ ଅଣୁରେ - ପ୍ରତିକ୍ଷଣ 
ନୂଆ ନୂଆ, ଚିତ୍ର ବିଚିତ୍ରରେ 
ରଙ୍ଗର ପର୍ବରେ 

ମୋତେ ଆଲିଙ୍ଗି ଥା' - ଚିରକାଳ 
ଇହ, ପର, ବର୍ତ୍ତମାନ, 
ତୋ ବିନା ମୁଁ 
ନିରଙ୍ଗ, ନିର୍ଜୀବ, 
ଅଦୃଶ୍ୟ, ସ୍ୱଚ୍ଛ ଏକ 
ନୀରବ ନିଶ୍ୱାସ 

ତୋ ରଙ୍ଗରେ ଚମକୁଛି ମୁଁ,
ତୁ ମୋ ପାଇଁ 
ମୋ ଜୀବନ ସଙ୍ଗୀତ 
ମୋତେ ଜଡେଇ ଥା' 
ଆଲିଙ୍ଗି ଥା' 
ରଙ୍ଗଉ ଥା' ମୋତେ ଚିରକାଳ

ଓଲଭରହାମ୍ପଟନ, ୟୁନାଇଟେଡ କିଙ୍ଗଡମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ