ଚାହିଁ ରହେ ସୂର୍ଯ୍ୟ ଆଡେ,
ଛାଇ ବି କାହାର ପଡେନା କେବେ ବି
ପଲକ କାହିଁ ନ ପଡେ ।।୧।।
କେତେବେଳେ ପୁଣି କୁମୁଦିନୀ ହୋଇ
ଦେଖୁଥାଏ ଚନ୍ଦ୍ର ମୁଖ,
ତା' ପରଶ ଟିକେ ପାଇବା ପାଇଁକି
ହେଉଥାଏ ସକ ସକ ।।୨।।
ଶାଶ୍ଵତ ପ୍ରେମର ଏଇତ ନିର୍ଝର
ଅନାଦି ଯୁଗରୁ ଅଛି,
ଯୋଜନ ଯୋଜନ ଦୂରତା ଥାଇବି
ଉଣା ହୁଏନାହିଁ ପ୍ରୀତି ।।୩।।
ହୁଏ କମଳିନୀ ଅବା କୁମୁଦିନୀ
ଧ୍ୟାନ ମୋ' ଥାଏ ନିରତେ,
ପ୍ରିୟ ମୁଖ ମୋର ପରମ ଆରାଧ୍ୟ
ଦେଖୁଥାଏ ଅବିରତେ ।।୪।।
ବାଲେଶ୍ଵର, ଓଡିଶା