ପ୍ରୀତିର ଓଢଣା ନାଇ
ଦିଶୁଥାଇ ଆହା ଅତି ଶୋଭାବନ
ବସନ୍ତର ସାଥୀ ହୋଇ ॥
କେଉଁ ଚିତ୍ରକର ରଙ୍ଗ ତୂଳୀ ଧାରେ
ବିଚିତ୍ରତା ଅଛି ଭରି
ଦେଖିଲେ ଲାଗଇ ଭବ୍ୟ ଭରା ଛଇ
ସ୍ନେହମୟୀ ଅପସରୀ ॥
ଫଗୁଣ ଦେଇଛି ପ୍ରେମର ଗହଣା
ସମୀର ତୋଳଇ ବାସ
ଧୀର ଧୀର ତା'ର ସବୁଜ ଶେଯରେ
ପ୍ରେମିକାର ନବ ହସ ॥
ଜୀବନର ଏଠି ପ୍ରତ୍ୟେକ ମୁହୂର୍ତ୍ତ
ଲାଗେ ତାକୁ ଆନମନା
କେବେ ସିଏ ହୁଏ କବି ଭାବନାର
ଅଳସୀ ମନ ମଇନା ॥
ନିଦାଘ କୋଳର ସାଜି ପାଟରାଣୀ
ନିଜକୁ ହଜାଇ ଦେଇ
ନିରିମାଖୀ ପରି ଚାହିଁ ଥାଏ ଧିରେ
ପ୍ରେମ ପୂଜାରିଣୀ ହୋଇ ॥
କେତେ ପ୍ରେମିକର ଅଭିସାରିକା ସେ
କା ହୃଦ ସ୍ଵପ୍ନ ବାଟିକା
ତା' ଦେହ ଫଳକେ ଲେଖା କେତେ ସ୍ମୃତି
ପାନ୍ଥଶାଳାର ବନିତା ॥
ଅନେକ ଭାବର ମୁକସାକ୍ଷୀ ସିଏ
ନିଦାଘର ନୂଆ ରାଣୀ
କାବ୍ୟର କବିତା ବୈଭବ ମାଧୁରୀ
ହୃଦୟର ଭାବ ମୁଣି ॥