ଦୁଃଖକୁ ମୋହର ଫେଡ଼,
କେତେଦିନ ଆଉ ଡାକିବି ତୁମକୁ
ରହିଅଛ ହୋଇ ଆଡ ।।
ଲାଞ୍ଚ ମୁଁ ଦେଉନି ଖୋସାମତି ନାହିଁ
ସେପାଇଁକି ମାନ କର ?
କଳା ଧନର ମୁଁ ମାଲିକ ନୁହଁଇ
ଦୀପଦାନ ବି ଦୁଷ୍କର ।।
ଥିଲେ ମୋହ ପାଶେ ଯାଚି ଦେଉଥାନ୍ତି
କେତେ ପ୍ରକାରର ଭୋଗ,
ନାହିଁ ବୋଲି ସିନା ମନେ ମନେ ଦିଏ
ସଜାଇ ଥାଳିରେ ଭାଗ୍ୟ ।।
ଯାହା ତୁମେ ମୋତେ ଦେଇଛ ପ୍ରଭୁହେ
ସେତକ ହୁଏ ନିଅଣ୍ଟ,
ଓଳିଏ ଖାଏ ମୁଁ ଓଳିଏ ଓପାସ
ରହିଥାଏ ଅଧାପେଟ ।।
ଶୁଣିଛି କେତେ ମୁଁ ରଙ୍କ ହୁଏ ଧନୀ
ତୁମର କରୁଣା ହେଲେ,
ମୋ ପାଇଁକି କିଆଁ କରୁଣା ଊଣା ହେ
କି ଦୋଷରେ ବାଟ ଚାଲେ ? ।।
ନଦିଅ ପଛକେ ନାହିଁ ଅଭିଯୋଗ
ଲୋଡ଼ା ନାହିଁ ହୀରା ମୋତି,
ଅନ୍ତିମ କାଳରେ ଦରଶନ ଦେଲେ
ପାଆନ୍ତି ଟିକିଏ ମୁକ୍ତି ।।