ଏମିତି କେମିତି ହେଲା - ଗୋପାଳ ଚନ୍ଦ୍ର ସାଓ

0

ହେବାର ନଥିଲା
କେମିତି ହେଲା
କେତେ କେତେ ପ୍ରାଣ ଗଲା
ବାଲେଶ୍ଵର ମାଟି
ନିଦରୁ ଉଠି
କର୍ତ୍ତବ୍ୟ କରିଗଲା...

ରକ୍ତ ଦାନ ପରି
ମହତ ଦାନକୁ
ଦେବା ପାଇଁ ଲମ୍ବା ଧାଡ଼ି
କିଏ କାହିଁ କେତେ
ଦୂରୁ ଧାଇଁଗଲେ
ସବୁ କାମଧନ୍ଦା ଛାଡି...

ନିଜ ଶକ୍ତି ମତେ
ବଢାଇଲେ ସତେ
ସାହାଯ୍ୟର ହାତଟିଏ
ଏଇତ ମଣିଷ
ପାନିଆ ବଞ୍ଚିଛି
ନାହିଁ କହୁଥିଲା କିଏ....?

ବାପିପଦା ମାଟି
ସାହସ ସାଉଁଟି
ଯାଉଛି ଆହୁରି ଯିବ
ନିଜ ଦେହୁ କାଢି
ଦେବ ସେ ନିଗାଡି
ଲୁହ ଲହୁ ଯାହା ଥିବ...

ପାରୁଛ କି ସହି
ଆହେ ଭାବଗ୍ରାହୀ
ରକ୍ଷାକର ରକ୍ଷାକର
ବସିଲା ସ୍ଥାନରୁ
ଉଠି ଆସ ବାରେ
ଏହି ଛୋଟ ଅଳି ମୋର....

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ