ମାଟିର ମମତା ସାଥେ - ତ୍ରିଲୋଚନ ଦାସ

0

ସୁଖରେ ଦୁଃଖରେ ମରଣର ଭୟ
ଡରେଇ ପାରେନା ମୋତେ
ସେ ଲାଗି ଗାଉଛି ପ୍ରେମର ସଙ୍ଗୀତ
ଭୁଲି ଦେହ ଦୁଃଖ ଯେତେ ।।୦।।
ଅମା ଦେଉଅଛି ପୁନେଇ ପରଶ
ଚଲା ପଥ ଫୁଲ ଝରା
ଦେହ ନନ୍ଦିଘୋଷେ କର୍ମ କଷଣ
ବୋହୁଛି ଜୀବନ ସାରା
ଅମୃତ ମଣିକି ଗରଳ ପିଉଛି
ନରକର ଚାରି କାନ୍ଥେ
ସୁଖରେ ଦୁଃଖରେ ମରଣର ଭୟ
ଡରେଇ ପାରେନା ମୋତେ ।।୧।।
ଜୀବନ ଜାଳିଛି ଯୌବନ ବିକିଛି
ଅହଙ୍କାର ସତ୍ତା ଶୂନ୍ୟ
ପାଶୋରିଛି ଏବେ କାଲିର ସ୍ମୃତିକୁ
କରିନାହିଁ କିଛି ପୁଣ୍ୟ
ପ୍ରତ୍ୟକ୍ଷ କରିଛି ଆଦିମ ଇଚ୍ଛାଟେ
ମାଟିର ମମତା ସାଥେ
ସୁଖରେ ଦୁଃଖରେ ମରଣର ଭୟ
ଡରେଇ ପାରେନା ମୋତେ ।।୨।।

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)