ଆଃ କି ସୁଆଦ - ଗୋପାଳ ଚନ୍ଦ୍ର ସାଓ

0

ସକାଳ ପଖାଳ ସାଥେ ବଇକୁଣ୍ଠ    
ତୋରାଣୀ ଆହା କି ସୁଆଦ
ଭଜା ପାତୁଆ ସାଥେ ଲୁଣ ଲଙ୍କା
ଖାଇଲେ ଆସଇ ନିଦ...

କିଏ କହେ ତାକୁ ତୁଳସୀ ପଖାଳ
କେ କହେ ପୋଇତା ଭାତ 
ଅଣ ଓଡ଼ିଆ ବି ଅଭ୍ୟାସ କଲେଣି
ପାନ୍ତା କହି ଚାଟେ ହାତ...

ପାଣି ପଖାଳ କରି କିଏ ଖାଏ
ଧୁଆ ପଖାଳ କେ କରି
ସଜ ପଖାଳକୁ କେନ୍ଦା ପଖାଳ
ପକାଏ କାକୁଡି କୋରୀ...

ଚିପୁଡ଼ା ପଖାଳ କେବେ କେମିତି
ଖାଇଛି ଜୀରା ପଖାଳ 
ଆମ ଓଡ଼ିଆ ପଖାଳ ବଢିଆ
ଚାଷୀ ଭାଇଟିର ବଳ...

ମୋ ଭାରିଜା ପାରିଲାନି ବୋଲି
ଭଲ ପଖାଳଟେ କରି
ଖୋର୍ଦ୍ଧା ଭାଉଜ ଆସିଥିଲେ ଆଜି
ଅଦା ପଖାଳ ଧରି...

ଭୁଲିବାନି ଆମେ ଆମ ସଂସ୍କୃତି
ଭାଷା ପର୍ବ ପରମ୍ପରା
ଆମ ଖାଦ୍ୟ ଚାଲି ଚଳନ ପୋଷାକ
ପରିଚୟ ଆମ ପରା...

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ