
ବାପ ଗୋଷିବାପ ଥିଲେ
ଦେଶ ଦୁନିଆଁର ରୀତି ନୀତି ଦେଖି
ଭଲ ମନ୍ଦ ଚିନ୍ତୁଥିଲେ ॥
ତାଙ୍କ ଅନୁଭବ ଅନୁଭୂତି ସବୁ
ସତେ କେତେ ଭଲ ଥିଲା
ମହତପଣର ପରସରେ ତାଙ୍କ
ଗାଆଁ ମୋର ହସୁଥିଲା ॥
ମହ ମହ ବାସ ପ୍ରକୃତି ର ହସ
ସବୁଜ ବନାନୀ ଶୋଭା
ସତ୍ୟ ଶାନ୍ତି ଆଉ ଜୀବନର ଚର୍ଚ୍ଚା
ଗାଉଁଲି କୀର୍ତ୍ତିର ଆଭା ॥
ଏବେ ଯେତେ ଯିଏ ଅନୁଭବି ସର୍ବେ
ସୁଖ ପାଇଁ ପଥଭ୍ରଷ୍ଟ
ଗାଆଁର ଗୌରବ ଗଢ଼ି ତୋଳିବାରେ
ତାଙ୍କ ପୁରୁଖା ପଣିଆ ଶ୍ରେଷ୍ଠ ॥
ତରାବୋଇ, ଖୋର୍ଦ୍ଧା
NICE
ReplyDelete