ଭ୍ୟାଲେଣ୍ଟାଇନର ଇଗଲ୍ - ତପନ ଦୀକ୍ଷିତ

0

ଦଗ୍ଧ ଫଗୁଣେ ପଳାଶ ବାହୁନେ 
ଲବ୍ଧ ପ୍ରେମକୁ ଝୁରି,
ଭ୍ୟାଲେଣ୍ଟାଇନର ଇଗଲ୍ ମାତିଛି 
ହୃଦୟର ହେରାଫେରି ॥
ମହୁଲି ଢାଳୁଛି ଋତୁ ମଦିରାକୁ 
ମଳୟର ପିଆଲାରେ, 
ଦେହ ଜଳିଯାଏ ଜହ୍ନ ରୋଷଣୀରେ 
ସଞ୍ଜ ନଇଁଲା ପରେ ॥
ହୁଗୁଳା ବୁଲୁଛି ରାତି ସପନଟା
ଦେହେ ବୈଶାଖୀ ମାତେ,
ଆହିସ୍ତା ଆହିସ୍ତା ଛାତିରେ ବଢୁଛି 
ଅଦେଖା ଦରଜ ଯେତେ ॥
ଦସ୍ତାବେଜ୍ ତଳୁ ପୁରୁଣା ଲଫାପା 
ଉଡ଼ିବୁଲେ ଏଠି ସେଠି,
ପ୍ରଥମ ପ୍ରେମର ହାତଲେଖା ତୁମ 
ସେ ଯେଉଁ ପୁରୁଣା ଚିଠି ॥
ଛାଡି ନଯିବାକୁ ଜାନେମନ୍ ମୋର 
କରିଥିଲ ଯେଉଁ ୱାଦା,
କିପରି ପାରିଲ ଏତେ ସହଜରେ
କରି ତୁମେ ଅଲ୍ ୱିଦା ॥


ନାସିକେଶ୍ୱର, କାକଟପୁର, ପୁରୀ


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ