ଚିନ୍ତିବିନି କୃଷ୍ଣ କଥା,
ସେତେ ବେଶୀ ତାଙ୍କ ଭାବନାରେ ବୁଡ଼ି
ପାଉଛି ଦାରୁଣ ବ୍ୟଥା ॥
ସେ ନୀଳ ତନୁର ଅପରୂପ କାନ୍ତି
ନେତ୍ର ଆଗେ ଉଠେ ନାଚି,
ବଇଁଶୀର ସ୍ଵନ ଶୁଣାଯାଏ ସଦା
କାନ ମୁଦିଲେ ବି ସଖୀ ॥
ହେଇ ଯେମିତି କେ ଆସିଗଲା ଭଳି
ଲାଗୁଅଛି ବାରବାର,
ସେଥିପାଇଁ ମୁହିଁ ଚମକି ଧାଉଁଛି
ଅଗଣାକୁ ଥରଥର ॥
କୃଷ୍ଣ ସଙ୍ଗେ ଭାବ ରଖିବିନି ବୋଲି
କହିଦେଲି ସିନା ରୋଷେ,
ଶୟନେ ସପନେ ଅବା ଜାଗରଣେ
ସେଇ ନାମ ଖାଲି ଘୋଷେ ॥
କି ବୁଦ୍ଧି କରିବି କେଣିକି ମୁଁ ଯିବି
କହ ସଖୀ ମୋତେ ଏବେ,
ବୁଝି ସାରିଲିଣି ଭେଳିକି ଲଗାଇ
କୃଷ୍ଣ ମୋ ପରାଣ ନେବେ ॥
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ