ତୁମ ସେ ମଧୁର ସ୍ୱର - ସିଦ୍ଧେଶ୍ଵର ତ୍ରିପାଠୀ

0

ଫୁଲସଞ୍ଜ ବେଳେ ଶୁଣିଥିଲି ଦିନେ
ତୁମ ସେ ମଧୁର ସ୍ୱର
ଏ ପାଗଳ ମନ ଝୁରିଲା ତୁମକୁ
ଭାବିନେଲା ଆପଣାର ।

ଦଇବ ଯୋଗରୁ ତୁମେ ହେଲ ଦେଖା
ଶୁଣାଇଲ ପ୍ରୀତି ଗୀତ
ସାରା ଜୀବନକୁ ପାଖେ ରହିବାକୁ
ମାଗିଥିଲି ତୁମ ହାତ ।

କଥା ଦେଇଥିଲ ଏଇ ମୋ ହାତରୁ
ଭରିବ ସିନ୍ଥି ସିନ୍ଦୁର
ଫୁଲସଞ୍ଜ ବେଳେ ଶୁଣିଥିଲି ଦିନେ
ତୁମ ସେ ମଧୁର ସ୍ୱର ।

ତୁମ ସେ ମନକୁ ଛଳନାରେ ଛନ୍ଦି
ଉପହାସେ ଦେଲ ଭରି
ଏ ନୀରିହ ଆଖି ସହି ପାରିଲାନି
ଲୁହଧାର ଗଲା ଝରି ।

ସୂର ତାଳ ଲୟ କା ପାଇଁ ଖଞ୍ଜିଲ
ମୋତେ କରି ସାତପର
ଫୁଲସଞ୍ଜ ବେଳେ ଶୁଣିଥିଲି ଦିନେ
ତୁମ ସେ ମଧୁର ସ୍ୱର ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ