ବ୍ରହ୍ମାଙ୍କ ବରଦାନରେ
ଅତ୍ୟାଚାରୀ ହୀରଣାକ୍ଷ ଉନ୍ମତ୍ତ ହେଲା,
ସୁରଙ୍କୁ ପରାସ୍ତ କରି
ଧରଣୀକୁ ଅପହରି
ପାତାଳେ ଜଳମଧ୍ୟରେ ନିମଗ୍ନ କଲା,
"ଅଧିରା ଅତିଷ୍ଠା ଅବନୀ"
ଶ୍ରୀହରିଙ୍କୁ ମନେ ମନେ କଲା ଦୟିନୀ ॥୧॥
ପୌଷ ଅମାବାସ୍ୟା ଦିନ
ଦୁଃଖହାରୀ ଭଗବାନ
ବରାହ ରୂପରେ ଆବିର୍ଭୁତ ହୋଇଣ,
ହୀରଣାକ୍ଷ ବଧ କରି
ବସୁନ୍ଧରାକୁ ଉଦ୍ଧାରି
ଦନ୍ତାଗ୍ରେ ଜଳ ମଧ୍ୟୁ କଲେ ଉତ୍ତୋଳନ,
"ବରାହ ଔରସରୁ ଧରା"
ନରକାସୁରକୁ ଜାତ କରିଲେ ପରା ॥୨॥
ଜଗତ କଲ୍ୟାଣେ ସାଇଁ
ଅନ୍ତର୍ଯ୍ୟାମୀ ଭାବଗ୍ରାହୀ
ଅବତରିଲେ କଳୁଷ ବିନାଶ ପାଇଁ,
ମାଘ ଶୁକ୍ଳ ଦ୍ଵାଦଶୀରେ
ପୂଜା କରନ୍ତି ସକଳେ
ବରାହ ରୂପୀ ବିଷ୍ଣୁଙ୍କୁ ହୃଦୟେ ଧ୍ୟାୟୀ
"ପ୍ରଭୁଙ୍କ ନାମ ଅନୁସାରେ"
ବରାହ ଦ୍ଵାଦଶୀ ବୋଲି ଖ୍ୟାତ ସଂସାରେ ॥୩॥
ବ୍ରହ୍ମପୁରା, ବାଙ୍କୀ, କଟକ
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।