ପୁଲୱାମା ଶହୀଦ୍ - ଧ୍ରୁବ ଚରଣ ବେହେରା

1

ମାତୃଭୂମି ପାଇଁ ଦେଇ ବଳିଦାନ
ଅମରତ୍ୱେ ସ୍ଥାନ ନେଲ 
ହେ ବୀର ସପୂତ ତ୍ୟାଗର ଗୌରବ
ତ୍ରିରଙ୍ଗା ମାନ ରଖିଲ  ।।

କେ ଦେଇ ପାରିବ ସେ ଅମୂଲ୍ୟ ସେବା 
ମାଟି ମାଆ ରକ୍ଷା ପାଇଁ 
ଆଜି ଭଳି ଦିନ ମନେ ପଡିଗଲେ
ଚକ୍ଷୁ ଭିଜେ ନଦୀ ହୋଇ  ।।

ଲୋମ ଟାଙ୍କୁରା ସେ ବମ୍ ବିସ୍ଫୋରକ
ପୁଲୱାମା ହତ୍ୟାକାଣ୍ଡ 
ନିମିଷକେ ମଧ୍ୟେ ଶହୀଦ୍ ହୋଇଲେ 
ବିହି ଲେଖିଲା କି ଦଣ୍ଡ  ? ।।

କେତେ ଶ୍ରୀମନ୍ତିନୀ ସିନ୍ଦୂର ହରାଇ 
ପତ୍ନୀ ହରା ହୋଇଗଲେ 
ମାଆ କୋଳ ଶିଶୁ ପିତାଙ୍କୁ ହରାଇ 
କଇଁ କଇଁ କାନ୍ଦୁଥିଲେ ।।

କିଏ ସେ ଦେବ ଯେ ପିତାଙ୍କ ଠିକଣା 
ଵାପା ଚାଲିଗଲେ କାହିଁ 
ପୁତ୍ରହରା ହୋଇ ଦଶମାସୀ କାନ୍ଦେ
କି ଦଣ୍ଡ ଦେଲୁରେ ବିହି  ।।

ଦୁଃଖ ମନେ ନନ୍ଦ ହୋଇ କାନ୍ଦ କାନ୍ଦ
ନ ଥମିଲା ଅଶ୍ରୁବାରି 
ଶାନ୍ତ ସ୍ନେହମୟୀ ଅଲିଅଳୀ ଭଗ୍ନୀ
ବସି କାନ୍ଦୁଥିଲା ଝୁରି  ।।

ପବିତ୍ର ମାଆ ବୀରଭୋଗ୍ୟ ପୁତ୍ରେ
ତୁମେ ହିଁ ଅମର ମଣି 
ଭାରତ ମାଆର ପୂର୍ଣ୍ଣ କାରିଗର 
ଯା କାନ୍ଧେ ବନ୍ଦୁକ ମୁଣି  ।।

କୋଟି ପୁଣ୍ୟବଳେ ଦେଶ ସେବା ଲାଗି
କାନ୍ଧେ ବୋହି ଦେଶ ଭାର
ଚାଲୁଥାଅ ତୁମେ ସିଂହ ପରବେଶେ
ଧନ୍ୟ ଧନ୍ୟ ସୁ କୁମାର  ।।

ତୁମ ପାଇଁ କୋଟି ଜନେ ସୁଖ ନିଦ୍ରା 
ନେଇଥାନ୍ତି ନିଶାକାଳେ 
କେ ଦେଇ ପାରିବ ସେ ତ୍ୟାଗ ପାଉଣା
ତୂଲ୍ୟ ନୁହେଁ ଧନ ବଳେ  ।।

ହେ ବୀର ସପୂତ ଘେନ ପ୍ରଣିପାତ
ସ୍ୱର୍ଗପୁରେ ରହି ଶାନ୍ତି 
ଘେନାକର ଆମ କୁସୁମ ଅଞ୍ଜଳି 
ଆତ୍ମା ହେଉ ସଦା ମୁକ୍ତି  ।।

ବୀର କାହାଣୀର ବୀର ଇତିହାସ
ଗାଏ ବଳିଦାନ ଗାଥା 
ଶହୀଦ୍ ଙ୍କ ତ୍ୟାଗ ସେବା ସ୍ମୃତି ତଳେ 
ନଇଁ ରହୁ ଆମ ମଥା  ।।

ଉଡୁଥାଉ ଭବ୍ୟ ବିଜୟ ତ୍ରିରଙ୍ଗା 
ମାତୃଭୂମି ରକ୍ଷା ପାଇଁ 
ହେ ଶହୀଦ୍ ତୁମେ ଚିର ଜ୍ୟେଷ୍ଠ ଶ୍ରେଷ୍ଟ
ସ୍ୱର୍ଣ୍ଣିମ ଗାରିମା ନେଇ  ।।

ଏ କଳା ଦିବସ ଭାରତ ଭୂଖଣ୍ଡେ 
ପାଳିବା ଆସରେ ଆସ 
ବିଜୟର କାନ୍ତି ଲହୁ ଲୁହ ଦାନ 
ଶହୀଦ୍ ଙ୍କ  ଜୟଘୋଷ  ।।

ଯାହାଙ୍କର ପାଇଁ ସ୍ୱାଧୀନ ଆମେରେ 
ନୁହେଁ ଆଜି କାହା ଦାସ
ଜୟ ଜନଗଣ ବନ୍ଦେ ମାତରମ୍ 
ଏ ଆମର ସତ୍ୟ ଯଶ  ।।

କୀର୍ତ୍ତିମାନ ଏହି  ପବିତ୍ର ମାଟିର
ଅମ୍ଳାନ କ୍ରାନ୍ତିର ସ୍ୱର 
ହେ ଶହୀଦ୍ ତୁମ ବଳିଦାନ ସେବା 
ତ୍ୟାଗର ବିସୃତ ଗାର  ।।


Post a Comment

1Comments
  1. ଦେଶ ମାଡୃକାର ରକ୍ଷା ନିମନ୍ତେ ସହୀଦ ବୀର ଜବାନଙ୍କର ଅବଦାନ ଅତୁଳନୀୟ। ଭାରତର ବୀର ସୈନିକ ଧ୍ରୁବ ଚରଣଙ୍କ ଉଦ୍-ବୋଧନମୂଳକ ଦେଶପ୍ରୀତିରେ ଭରା କବିତାଟି ଏହାର ନିଛକ ଉଦାହରଭ। କବିଙ୍କୁ ଅନ୍ତରରୁ ଧନ୍ୟବାଦ।

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ