ନିନ୍ଦା ନାଗରା ଦୋଷ
ନୂଆ ଏରୁଣ୍ଡିରୁ ପାଦ କାଢି ଥରେ
ଆସ ପ୍ରିୟତମା ଆସ ।
ବହୁଦିନ ହେଲା ଦେଖିନି ତୁମକୁ
ଦୁଃଖ ସୁଖ କହିନାହିଁ
ମୋ ମନ କଥାକୁ ପଢିବା ପାଇଁକି
ଯାଅ ଥରୁଟିଏ ଛୁଇଁ ।
ତୁମ ଓଠଧାରେ ଏ ଓଠ ମିଶିଲେ
ମେଣ୍ଟିଯିବ ଅବଶୋଷ
ନୂଆ ଏରୁଣ୍ଡିରୁ ପାଦ କାଢ଼ି ଥରେ
ଆସ ପ୍ରିୟତମା ଆସ ।
ତୁମ ଆଲିଙ୍ଗନ ମହୁଝରା କଥା
ଯେବେ ଏ ଜୀବନ ପାଏ
ଦେହ ଦହନକୁ ଗହନ ବ୍ୟଥାକୁ
ନିମିଷେ ଦୂରେଇ ଦିଏ ।
କୁଚ କଳସୀରୁ ଅମୃତ ଦିଅ
ଖୋଲି ଦେଇ ଅଙ୍ଗବାସ
ନୂଆ ଏରୁଣ୍ଡିରୁ ପାଦ କାଢି ଥରେ
ଆସ ପ୍ରିୟତମା ଆସ ।
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।