ଗଣେଶ ମୋହର ପୂଜିବ ଶିବ - ବି. ନିରୁପମା

0

ଗଣେଶ ମୋହର ପୂଜିବ ଶିବ,
ଆଗଠାରୁ ବେଶୀ ବୁଦ୍ଧିଆ ହେବ ।
କଲେ ନିତି ଯୋଗ ଧ୍ୟାନ...
ଶରୀର ଓ ମନ ସୁସ୍ଥ ହେବାସହ
ବଢ଼ିବ ଅମାପ ଜ୍ଞାନ ।

ଥୁକୁଲୁ ଥାକୁଲୁ ଚେହେରା ତୋର,
ଧରିନେଲେ କୋଳ ପୂରଇ ମୋର ।
ଗଣପତି ଗଜାନନ...
ଆଉ କା' ନଜର ପଡ଼ିଯିବ ଭାଳି
ଅଥୟ ହୁଅଇ ମନ ।

ଏ ଶିବଲିଙ୍ଗକୁ ପୂଜିଲେ ନିତି,
କୁଶଳରେ ଦିନ ଯିବ ତୋ ବିତି ।
ଚଗଲାମି ଯିବ କମି...
ବିଦ୍ୟା ଆହରଣ-ବିତରଣ କରି
ବୋଲାଇବୁ ମହାଜ୍ଞାନୀ ।

କେତେ ଯୋଗୀ ୠଷି ଶିବଙ୍କୁ ପୂଜି,
ମହାନନ୍ଦେ ଛନ୍ତି ସଂସାରେ ଆଜି ।
ଅରଜି ଅଛନ୍ତି ଯଶ...
ଲୋଭ, ମୋହ, ମାୟା ସଂସାର ଯାତନା
ନ ମାଡ଼ଇ ତାଙ୍କ ପାଶ ।

ବହୁ ବାଧା ବିଘ୍ନ ସହିରେ ବାପ,
ଶିବଙ୍କୁ ପାଇଛି କରି ମୁଁ ତପ ।
ଯୋଗୀଙ୍କର ସିଏ ଯୋଗୀ...
ସକଳ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି
ଜଗତ କଲ୍ୟାଣ ଲାଗି ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ