କହ୍ନେଇ ଆମର ଦୁହୁଁଛି ଗାଈ ।
'ନନ୍ଦିନୀ' ସୁଧାର ଭାରି,
ଚିରରେ ତାହାର ହାତ ଦେଉ ଦେଉ
କ୍ଷୀର ଯାଉଅଛି ଝରି ।
ଦେଖୁଛନ୍ତି କେତେ ହୋଇକି ରୁଣ୍ଡ,
ସୁବଳ ନଇଁକି ଦେଖାଏ ତୁଣ୍ଡ ।
କାହ୍ନା କରି କଉତୁକ,
ତା' ମୁଖକୁ କ୍ଷୀର ପିଚକାରୀ ମାରେ
ପିଅଇ ସେ ଢକ ଢକ ।
ନନ୍ଦ ବାବା ସେଠି ଦେଖନ୍ତି ବସି,
କୃଷ୍ଣ କାର୍ଯ୍ୟେ ସବୁ ସଖାଏ ଖୁସି ।
କାମିକା ହେଲାଣି ପୁଅ,
ବଳରାମ ତାକୁ ସାହାଯ୍ୟ କଲାଣି
ଛୁଟୁଛି ଆନନ୍ଦ ସୁଅ ।
ଅଭିଯୋଗ ଧରି ଗୋପିଏଁ ଏବେ,
ଆସିବେନି ଆଉ ଘରକୁ କେବେ ।
କାହ୍ନା କଲା ବୋଲି ଚୋରି,
ନନ୍ଦରାଣୀ ଟିକେ ଶାନ୍ତିରେ ରହିବେ
ପୁଅ ଚିନ୍ତା ଯିବ ସରି ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ