ଉତ୍ପଳେ ହେଲେ ଦୁଃଖିତ
ହୋଇଯାନ୍ତେ ଶଶୀ ଅସ୍ତ
ଜାମିନୀ ଢ଼ାଳେ ନିରତ ନୟନୁ ବାରି,
ପତିତେ ଶିଶିର ରୂପ
ପାଲଟଇ ଅନୁକଳ୍ପ
ଧରାପୃଷ୍ଠେ ଅପରୂପ ସୌନ୍ଦର୍ଯ୍ୟ ଭରି,
ତାମ୍ରଚୁଡ଼ କୁହାଟ ଛାଡ଼େ,
ବେଳୁବେଳ ଉଜ୍ଵଳତା କ୍ରମଶଃ ବଢ଼େ ।।୦।।
କୁମ୍ଭାଟୁଆ ଡ଼ାକ ଦିଏ
ଆକାଶ ନିର୍ମଳ ହୁଏ
ଅଙ୍ଗେ ଶୀତଳତା ଛୁଏଁ ରାତି ପାହିଲେ,
ସଟପଦି ବିଚରନ୍ତି
କର୍ଣ୍ଣେ ବାରତା ଦିଅନ୍ତି
ଜୀବ ଜଗତ ଜାଗନ୍ତି ସକାଳ ହେଲେ,
ବିଚିତ୍ର ଏ ପ୍ରକୃତି ରାଣୀ,
ଧନ୍ୟ ସେହି ବିଶ୍ଵକର୍ମା ଆପେ ବିନ୍ଧାଣୀ ।।୧।।
ହୁଏ ମନ୍ଦ ମନ୍ଦ ବାତ
ଶେଫାଳୀ ବୃନ୍ତୁ ପତିତ
ଦ୍ଵିଜ କୋଳାହଳେ ରତ ବଢ଼େ ମୁଖର,
ଯୋଗୀ ରୂପା ପ୍ରାଚୀ ରାଣୀ
ସାଜି ନିଜେ ସିମନ୍ତିନୀ
ସନ୍ଦର୍ଭର ଜ୍ୟୋତି ବୁଣି ସାରା ବିଶ୍ଵର,
ଜଣାଏ ସେ ଉଷା ଆଗମ,
ଶମ୍ଭୁ'ଆଳୁ କମ୍ବୁସ୍ଵନ ଶୁଭେ ସୁସମ ।।୨।।
ଦୋଳିତ ଜଳେ ନଳିନୀ
ସ୍ଵାଗତ ସମ୍ଭାର ଘେନି
ଅଳୀ ଗୁଞ୍ଜରଣ ଧ୍ଵନି ରଚେ ଆନନ୍ଦ,
ଦ୍ଵୀଜ କୁଳ ବେଦ ସ୍ଵନ
ପତିତେ ଏ ପଞ୍ଚମନ
ରଚେ ଭକତି ସୋପାନ ପରମାନନ୍ଦ,
ଦିଗଦନ୍ତୀ ଶୋଭା ବର୍ଦ୍ଧନ,
ଜ୍ୟୋତିରେ ଲୁଚନ୍ତି ନଭେ ତାରକା ଗଣ ।।୩।।
ରଥାରୁଢେ ଦିନକର
ହୁଅନ୍ତି କ୍ରମେ ବାହାର
ପ୍ରାଣଭୟେ ରାତ୍ରିଚର ଲୁଚନ୍ତି ଖରେ,
ଶୁଭେ ଜନରବ ଗୋଳ
କର୍ମୀ'ଏ କର୍ମେ ସକଳ
ଲୋଡ଼ି ଯେଝା କର୍ମ ମୂଳ ଆଦରି ତ୍ଵରେ,
ପ୍ରଭାତର ସୌନ୍ଦର୍ଯ୍ୟମୟ,
ନୟନେ ପତିତ ହୁଏ ପୁଲ୍ଲକେ କାୟ ।।୪।।
ରଥଶର୍ମା କଲୋନୀ, କୋରାପୁଟ
ଦୂରଭାଷ - ୯୧୨୪୦୪୯୧୨୯