ଗୁରୁ ଭଗବାନ - ଘନଶ୍ୟାମ ସାହୁ

0

ପ୍ରାଣବନ୍ଧୁ ଆରେ
କର୍ଣ୍ଣ ଡେରି ବାରେ ଶୁଣ
ଉଚ୍ଛୁଳି ପଡୁଛି ମଠ ପରିସର
ଶୁଭେ ନାମ ସଂକୀର୍ତ୍ତନ ॥୦॥
ବାଜୁ ଅଛି ଗିନି ନଦିଆ ଖଞ୍ଜଣି
କମ୍ପେ ହରିବୋଲ ହୁଳହୁଳି ଧ୍ଵନି
ଗହ ଗହ ନାଦ ମନରେ ଆନନ୍ଦ
ଜୀବନ ହୋଇବ ଧନ୍ୟ ॥୧॥
ବିଳମ୍ବ ନକର ଆସରେ ସଅଳ
ଦର୍ଶନ କରିବା ଗୁରୁ କଇଁଫୁଲ
ଲଭିଣ ଆଶିଷ ମନ ହେବ ତୋଷ
ପୂଜିବା ତାଙ୍କ ଚରଣ ॥୨॥
ଆହେ ଗୁରୁଦେବ ହେ ଦୀନ ବାନ୍ଧବ
ତୁମ ମୁଖାମୃତ ଜ୍ଞାନ ତତ୍ତ୍ଵ ସର୍ବ
ମନେପଡେ ସେଇ ଉପଦେଶ ତବ
ଜୀବ ମୁକତିର ଜ୍ଞାନ ॥୩॥
ଝୁରେ ଭକ୍ତ ପ୍ରାଣ ଗୁରୁ ଭଗବାନ
ପୁନଃ ଅବତରି କର ହେ କଲ୍ୟାଣ
କହେ ଘନଶ୍ୟାମ ଗାଇ ତୁମ ନାମ
ଯାଉ ଏ ଛାର ଜୀବନ ॥୪॥

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)