କାହିଁ କେତେ ଦୂରୁ ମୁହିଁ ଆସିଛି ଚାଲି
ତୋ ରୂପକୁ ହୃଦେ ଧ୍ୟ୍ୟାୟି
ତୁଣ୍ଡେ ତୋ ଭଜନ ବୋଲି
ଶ୍ରଦ୍ଧାରେ ସାଉଁଟେ ତୋର ଶରଧାବାଲି ॥୦॥
କଳା ଶ୍ରୀମୁଖରେ ଶୋହେ ବାଙ୍କ ଚାହାଣୀ
ଡୋରି ଲଗାଇ ମନକୁ ନେଉଛୁ କିଣି
କି କିମିଆ ଜାଣୁ ତୁହି
ପାଗଳୀ ହେଲି ତୋ ପାଇଁ
ତୋତେ ଭେଟିବାକୁ ମୋ ଘର ଭୁଲିଗଲି
ଶ୍ରଦ୍ଧାରେ ସାଉଁଟି ତୋର ଶରଧାବାଲି ॥୧॥
ଶ୍ରୀଅଙ୍ଗେ ପୀତ ବସନ ଶୋଭା ପାଉଛି
ରଙ୍ଗାଅଧରରେ ହସ ଲାଗି ରହିଛି
ମଥାରେ ମୟୂରଚୂଳ
ଗଳାରେ କୌସ୍ତୁଭ ମାଳ
ଛନ୍ଦିତ ପଦଯୁଗଳେ ଶରଣ ଗଲି
ଶ୍ରଦ୍ଧରେ ସାଉଁଟି ତୋର ଶରଧାବାଲି ॥୨॥
ବ୍ରହ୍ମପୁରା, ବାଙ୍କୀ, କଟକ
ସୁନ୍ଦର ଭକ୍ତି ନିବେଦନ
ReplyDelete