ଏଇତ ଜୀବନ - ଗୋପାଳ ଚନ୍ଦ୍ର ସାଓ

0

ଥରେ ଘାସ ହୋଇ ଦେଖ...
ଆତ୍ମୀୟତାର ଶିହରଣ ପିନ୍ଧି
ମୁଁ ଯେତେବେଳେ
ଗୋପନ ମୁଦ୍ରାରେ
ପରିଚିତ କୋଳାହଳକୁ ଶୁଣେ
ଇସ୍....!!!
ବାରମ୍ବାର ଖାଲି ଗୋଟିଏ ଶବ୍ଦ 
ହଁ ମୁଁ ସ୍ୱାର୍ଥପର....
ବିଷାକ୍ତ ଓ ବିଷାଦ
ଆକାଶ ତଳେ
ବୃଥା ସଂଗ୍ରାମ କରୁଥିବା
ହଁ ମୁଁ ବିଚରା ମଣିଷ ଟିଏ
କ'ଣ ଅବା କରିପାରିବି....?
ଅପେକ୍ଷା କରିଛି ତ
ଶେଷ ଆୟୁଷକୁ
ନା ବୁଝିପାରୁଛି ନା ବୁଝେଇ
ବେଳେବେଳେ ଶବ ହୋଇ ଦେଖେ
ମୋତେ ପୋଡ଼ିବାକୁ 
ଆସୁଥିବା ମଣିଷ ଗୁଡା ବି
ମାଗି ବସନ୍ତି ପେଟେ ଲାଲ୍ ମଦ
ନଦେଲେ ଦରପୋଡା ରହିଯିବ
ଯେତେସବୁ ମାଂସ ହାଡ...
ହେ ଈଶ୍ୱର !!!
ତୁମେ କ'ଣ ଜାଣିନ
ନାନା ବାହାନା ଭିତରେ
ଆୟୁଷ ସାଇତି ରଖୁଛି 
ଏ ଲୋଭୀ ମଣିଷ....?
ନିଜକୁ ଚିହ୍ନି ପାରିନି ବୋଲି ତ
ମୁଁ ଆଙ୍କିବାକୁ ଭଲପାଏ
ନିଜେ ନିଜ ଛବ... ଆଉ
ପ୍ରଶ୍ନ କରେ ମୁଁ କ'ଣ ଠିକ୍
ନା ମିଛ ସମ୍ପର୍କର ରଙ୍ଗ ବୋଳି ହେବି...
ଜହ୍ନ ଆଖି ଖୋଲିଲେ
ଆକାଶ କଥା କହେ
ଆଉ ମୁଁ..... ?
ଆଖି ଖୋଲିଲା ମାତ୍ରେ
ଅନ୍ୟକୁ ମାରି ବଞ୍ଚିବା ଶିଖେ
ହେଲେ କାହିଁକି
ଗାଈର ପେଟକୁ ଦେଖି
ହୋଇ ପାରେନା ଖୁସି
କରିପାରେନା ନିଜକୁ
ଘାସ ଭାବିବାର ଅଭ୍ୟାସ.... ?

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ