ଯଦି ତୁମେ ଭଲପାଅ ମୋତେ
କ'ଣ ଦୂରେଇ ଦେଇ ପାରିବ
ମୋ ଏକୁଟିଆ ପଣ,
କ'ଣ ଦେଇପାରିବ ସାନ୍ତ୍ୱନା
ଯଦି ଘେରି ରହିଥାଏ
ମୋତେ ବିପଦର
ଅଦେଖା କୁହୁଡ଼ି ?
କ'ଣ ତୁମେ
କ୍ଷମା କରିପାରିବ
ମୋ ଜୀବନରେ ଘଟିଥିବା
ଏଇମିତି ଛୋଟ ଛୋଟ
ଭୂଲ ଗୁଡ଼ିକୁ ?
କ'ଣ ମୋତେ
ଭିଡ଼ି ଧରି ପାରିବ
ଯଦି ମୁଁ ଡରି ଯାଇଥାଏ
ପ୍ରବଳ ମାତ୍ରାରେ ?
କ'ଣ ସହି ପାରିବ
ମୁଁ ଯଦି ଏଇମିତି
କାହାସହ ଦୁଇପଦ କଥାହୁଏ
କ'ଣ ମୋତେ
ଫେରାଇ ପାରିବ
ଯଦି ବାଟବଣା ହୋଇଯାଏ
ସହରର ଚକ ଚକ
ଆଲୁଅ ଭିତରେ ?
ତୁଣ୍ଡପଡ଼ା, କେଦାରପୁର
ସୋରୋ, ବାଲେଶ୍ୱର
ମୋ - ୭୯୭୮୨୫୬୩୮୬
VOL.IX, ISSUE.IX, SEPTEMBER-2025
Published By Banamallira Mahak