
ଭାବ ନାଵ ଥିଲା ଭିତିରି,
ଶନି ଅନିଶାରେ ଗୋପାଳ ଗୁଳିଟା
ବାମ ଛାତି ଦେଲା ଚିରି ॥
ନୀଳ ଆକାଶରେ ନୀଳ ବଳୟରେ
ଆସିଲେ ଭୁବନେଶ୍ୱର,
ଚାରି ଘଣ୍ଟା ଧରି ଚିରା ଚିରି କରି
ନିରୀଖିଲେ ଡାକତର ॥
ଶେଷେ ବିଶେଷଜ୍ଞ କରିଲେ ଘୋଷଣା
ସବୁକିଛି ସରିଗଲା,
ଶୋକସାଗରରେ ଭସାଇ ସଭିଙ୍କୁ
ଦେବ ନବ ନେଇଗଲା ॥
ଲୋକେ କହୁସୁନ୍ତି ବଳୟ ଗ୍ରହଟା
ସାଥି ସାଥି ଦେଲା ଫଳ,
ଅତି ଦାନ କରି ବାମନ ପାଦରେ
ବଳି ଦେଖିଲା ପାତାଳ ॥
ଦିଲ୍ଲୀପ ଶତପଥୀ, ଭୁବନେଶ୍ଵର