ନୀଳପରୀ - ବି. ନିରୁପମା

0

ନୀଳ ପ୍ରଜାପତି ଉଡ଼ିଆସି ମୋର
ଚିବୁକରେ ବସିଗଲା,
ମୁକୁଳା କେଶରେ ରଜନୀଗନ୍ଧାର
ଗୁଚ୍ଛ ଚାହିଁ ହସିଦେଲା ।

ମୋଅରି ଅଙ୍ଗରେ ସେଇ ଦୁହିଁଙ୍କର
ରଙ୍ଗ ମିଶି ଦିଶିଗଲା,
ନୀଳୋତ୍ପଳା ନାମ ଉଭେଇ ସେଦିନୁ
'ନୀଳପରୀ' ଆସିଗଲା ।

ବଦଳିଲା ଠାଣି ଚାହାଣି-ତନୁଟି
ଫୁଲ ପରି ବାସିଗଲା,
ଗାଧୁଆ ତୁଠର ଶିଉଳିରେ ବାଜି
ପାଦ ଦିନେ ଖସିଗଲା ।

ମନର ମଣିଷ ଛବି ଆଙ୍କୁ ଆଙ୍କୁ
ଆଖି ମୋର ମିଶିଗଲା,
କୋଇଲି ସେ ବେଳେ କୁହୁ କୁହୁ ବୋଲି
ମିଠା ସୁରେ ଭାଷିଗଲା ।

ତପତ ଶରୀର ଉପରେ ଯେମିତି
ଚନ୍ଦନ କେ ନେସିଗଲା,
"ତୋ ବାହା ଲଗନ ଏଇ ଫଗୁଣରେ"
ବୋଉ ଏବେ ଘୋଷିଗଲା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ