ଆଫା - ପୂର୍ଣ୍ଣଚନ୍ଦ୍ର ମହାରଣା

0

ସରିବ ସରିବ ହଉଚି
ଦିନ ସରିନି,
ଆସିବ ଆସିବ ହଉଚି
ସଞ୍ଜ ଆସିନି !!

ପବନ ଧୂଳି ଝାଡୁଚି
ଗଛପତ୍ର ଡାହିଡାଳରୁ
ଜହ୍ନ ଉଇଁବ ଉଇଁବ ହଉଚି
ଏ ଯାଏ ଉଇଁନି !!

ଟିକେ ଟାପରା କଲେ
ତମେ ତ ଖାଲି
ଖପର ଖପର
ହସିବ ହସିବ ହଉଥାଅ
ହେଲେ ହସନି !!

ମୋର ଏବେ
ଦୋଷ କଣଯେ
ମୁଁ ତ ସବୁବେଳେ
ବାଇଆ ବାସ୍ତେରିଆ
ଖୋଲି କହିବି କହିବି
ହୁଏ ଯେ କହି ପାରେନି !!

ଆଖି ରେ ଗୁଣ୍ଡ
ପଡ଼ି ଯାଇଛି
ଟିକେ ଆଫା କରିଦେଲ,

ତମ ଲୁଗା କାନି
ଫୁରୁଫୁରୁ ଯେ ହେଲେ
ମୁଁ ଛୁଇଁବି ଛୁଇଁବି ହଉଚି
ଯାହା ଛୁଇଁପାରୁନି !!

ବାଳକାଟି, ଖୋରଧା

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)