ଚଉକି - ଷଷ୍ଠୀ ପ୍ରସାଦ ମହାରଣା

0

ଆମ ଘରେ ଗୋଟେ ଚଉକି ଥିଲା
ସେଥିରେ ଆମ ଜେଜେବାପା ବସନ୍ତି,
ଆଙ୍ଗୁଠି ଦେଖେଇ ଆଦେଶ ଦିଅନ୍ତି
କେବଳ ମୋତେ ଛାଡି
କାଳେ ମୁଁ ତାଙ୍କର ଭାରି ଗେହ୍ଲା ।

ଏବେ ଜେଜେବାପାଙ୍କ ଚଉକି ଖାଲି
ତାଙ୍କ ଆଦେଶ ବିନା
ଫୁଲ ଫୁଟୁଛି ଆଉ କାହା ବାଡିରେ
ପଡିଶାଘର ଫୁଟଣ ଫୁଟୁଛି
ଆମ ହାଣ୍ଡିଶାଳେ ।

ପୁରୁଣା ଚଉକିରେ ବସିବା ପାଇଁ
ବାପା ହେଉଥିଲେ ସଜ,
ଭିଡୁଥିଲେ ପାଗ,
ଆଦେଶ ଦେବାପାଇଁ
ସକଳଖୁଥିଲେ ଆଙ୍ଗୁଠି
ହେଲେ ! ସେତେବେଳକୁ
ଗୋଡ ଭାଙ୍ଗି ଲେଉଟି ପଡିଥିଲା ଚଉକି !!

ବାଳକାଟୀ, ଖୋରଧା, ଓଡିଶା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ