କୁହୁଡି ବାଡ଼ - ପୂର୍ଣ୍ଣଚନ୍ଦ୍ର ମହାରଣା

0

ପାହାନ୍ତି ଜହ୍ନ ଘୋଡି ହେଇଚି
ମାଡ଼ି ଆଉଚି ଜାଡ଼
ନଈ ଏପାଖେ
କୁହୁଡ଼ି କାନ୍ଥି
ତୋଳି ଦେଇଛି ବାଡ଼ !!

ଗାଧୁଆ ତୁଠେ ଦୁଶୁନି ଆଉ
ତୁମ ଗାଧୁଆ ଦିହ,
ହଳଦି ମାଖି ହକାରି ହେଲେ
କେମିତି ଦୁଶେ ମୁହଁ !!

ଦେଖିବି ବୋଲି
ଯେତେ ଉଣ୍ଡିଲି
ପାରିଲି ନାହିଁ ଦେଖି,
କୁହୁଡ଼ି କାନ୍ଥ ଭେଦିପାରିଲା
ନାହିଁ ମୋ
ଡାହାଣା ଆଖି !!

ସତ କହିବ ରାଣ ପକେଇ
କହିବ ମତେ ସତ,
ତମେ ବି କଣ
ଦେଖିବାକୁ ମତେ
ହୁଅନି ହନ୍ତସନ୍ତ !!

ବାଳକାଟି, ଖୋରଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ