ମିଠା ମହକରେ ତୁମେ
ଫୁଲର ଓଠରେ ଜହ୍ନର ପିଠିରେ
ପ୍ରିତୀର ଡ଼ହକେ ତୁମେ ।
ଗୋଲାପ ଵନର ଗୋଲାପରାଣୀ ଗୋ
ପ୍ରଜାପତି ତୁମ ସାଥି
ପୂନେଇଁ ରାତିର ପୂନେଇଁ ଜହ୍ନ ଗୋ
ତୁମ ପାଇଁ ହସେ ରାତି ।
ରାତିରେ ଦିନରେ ସଞ୍ଜ ସକାଳରେ
ଶୀତ ଶରତରେ ତୁମେ...
ତୁମକୁ ଭାଵିଲେ ଚାରିପାଖେ ମୋର
ଘୂରିବୁଲେ ତୁମ ଛାଇ
ତୁମେ ମୋନାଲିସା ହସ ମହୁ ମିଶା
ତୁମେ ମୋର ନୀଳକଇଁ ।
ହସରେ ଖୁସିରେ ଦେହରେ ମନରେ
ନିଦରେ ସ୍ୱପ୍ନରେ ତୁମେ...
ତୁମ ପାଇଁ ନଈ ଆନମନା ହୋଇ
ଦରିଆକୁ ପାଏ ଭଲ
ଅଶିଣ ଆକାଶେ କାକରର ଟୋପା
ଭୋଦୁଅର ଜହ୍ନି ଫୁଲ ।
ଖରାରେ ଛାଇରେ ନାଆରେ ନଈରେ
ଗପରେ ଗୀତରେ ତୁମେ...
ଜୟପୁର ଶାସନ, ପିପିଲି, ପୁରୀ
ଦୂରଭାଷ : ୯୮୫୩୩୫୪୯୩୮