ଯିଏ କେବେ ବଗିଚାରେ ବୁଲୁବୁଲୁ
ଫୁଲଟିଏ ପ୍ରତି ଆକୃଷ୍ଟ ହୋଇ ନାହିଁ
ସାଗର ବେଳାର ବିସ୍ତୀର୍ଣ୍ଣ
ବାଲୁକା ରାଶି ଉପରେ ବସି
ନିରୋଳା ରେ କିଛି ଭାବି ନାହିଁ...
ଏମିତି ମଣିଷଟିଏ ନାହିଁ
ଯିଏ କେବେ ରାତ୍ରିର ଅନ୍ଧକାରରେ
ହଜିଯାଇ ସ୍ଵପ୍ନ ରାଇଜରେ
ବୁଲିଆସିବାକୁ ଇଚ୍ଛା କରିନାହିଁ
ଆକାଶର ଶୂନ୍ୟତାକୁ ନ ମାପି
ମଧ୍ୟ ଉଡିବାକୁ ଇଚ୍ଛା କରିନାହିଁ...
ଏମିତି ମଣିଷଟିଏ ନାହିଁ
ଯିଏ କେବେ ଆକାଶରୁ ଉଲକାଟିଏ
ଖସିଲେ ହାତ ବଢ଼ାଇ କିଛି ମାଗି ନାହିଁ
ଜୀବନର ଅଭୁଲା ଦିନଗୁଡିକୁ
ସବୁଦିନ ପାଇଁ ହୃଦୟରେ
ସାଇତି ରଖିବାକୁ ଇଚ୍ଛା କରିନାହିଁ...
ଏମିତି ମଣିଷଟିଏ ନାହିଁ
ଯିଏ କେବେ କଣ୍ଟା ଥିବା ଜାଣି ମଧ୍ୟ
ଗୋଲାପକୁ ଧରିବାକୁ ଚାହିଁ ନାହିଁ
ଫଗୁଣର ଆଗମନରେ ଯାହା ମନରେ
ଅଦେଖା, ଅଜଣା, ଅକୁହା
ଶିହରଣ ଜାଗି ଉଠି ନାହିଁ...
ଏମିତି ମଣିଷଟିଏ ନାହିଁ
ଯିଏ କେବେ କାହାକୁ ଭଲପାଇ ନାହିଁ
କାହାର ଭାବନାରେ ଆନମନା
ହୋଇ ହଜିଯାଇ ନାହିଁ
ଆଉ... ମନ୍ଦିରରେ ଦୀପଟିଏ
ଜାଳି ନାହିଁ ତା ପ୍ରିୟତମ ପାଇଁ....!!!
ସତରେ ଏମିତି ମଣିଷଟିଏ ନାହିଁ.. ପୁରା ଠିକ କହିଛନ୍ତି ।
ReplyDelete