
କେବେ ତ କରିନି ନାହିଁ
ସରିବା ଆଗରୁ ଜୀବନ କାହାଣୀ
ଯିବ ତୁମେ ଥରେ ଚାହିଁ ॥
ମୋ ଘର ଠିକଣା ଖୋଜି ପାଇବାରେ
ସମସ୍ୟା ଦେବନି ଦେଖା
ମୋ ଦାଣ୍ଡ ଦୁଆରେ ଆଜି ବି ତୁମରି
ନାମ ହୋଇଅଛି ଲେଖା ॥
ପିଣ୍ଡା ପଞ୍ଜୁରୀରୁ ଶାରୀ ଡାକ ଦେବ
ଆସ ଆସ ବନ୍ଧୁ କହି
ସରିବା ଆଗରୁ ଜୀବନ କାହାଣୀ
ଯିବ ତୁମେ ଥରେ ଚାହିଁ ॥
ମୋ ମାଟି ଅଗଣା ମହକି ଉଠିବ
ତମ ପାଦ ପରଶରେ
ଭୁଲ ଯଦି ଥିବ, ଭୁଲି ଯାଇ ତୁମେ
ହସି ଦେବ ଖାଲି ଥରେ ॥
ତୁମରି ଓଠରେ ଚେନେ ହସ ପାଇଁ
ଥିବି ପ୍ରତୀକ୍ଷାରେ ମୁହିଁ
ସରିବା ଆଗରୁ ଜୀବନ କାହାଣୀ
ଯିବ ତୁମେ ଥରେ ଚାହିଁ ॥
ଅଳଗୁମ, ସତ୍ୟବାଦୀ, ପୁରୀ
ଦୂରଭାଷ : ୯୯୩୮୮୬୯୯୯୫