ସ୍ଵାଧୀନତା କିଏ ଦେବ - ଡକ୍ଟର ମାଙ୍ଗଳିକା ମହାପାତ୍ର

0

ରାତ୍ରିର ଅନ୍ଧକାରରେ...
ଫେରିଗଲେ ସେମାନେ 
ଦେଇଗଲେ ଆମକୁ
ଶହ ଶହ ବର୍ଷ ବିଦ୍ରୋହର ଫଳ
ହାତରେ ଧରେଇ ଦେଲେ
ଖଣ୍ଡେ ଧାରୁଆ ଛୁରୀ...
ଗୋଟେ ରକ୍ତ ଅଙ୍କା ମାନଚିତ୍ର 
ଆମେ ସେଥିରେ ଖୁସି
ଭାବିନେଲେ ତାକୁ ନିଜର ଅଧିକାର
ଆମର ଭାଇ ଭାଗ...

ଦେଶ ଦେଶ ମଧ୍ୟରେ ଥିଲା
ସୀମା ନାଆଁରେ ତା'ର ବାଡ଼
ଆମ ଦେଶ, ଆମ ମାଆ ମାଟି
ନ ଥିଲା ସେଥିରେ...
ଜୀବନ କି ସ୍ପନ୍ଦନ...
ନ ଥିଲା କିଛି ବି ପ୍ରତିବାଦ
କି ନେବାକୁ ପ୍ରତିଶୋଧ

ତାପରେ ଆରମ୍ଭ ହେଲା
ଚୌକି ର ଦୌଡ଼...
କ୍ଷମତାର ଭିଡ...
ଶିଖର ଛୁଇଁବାକୁ
କଥା କୁହେ ଜଡ...
ଯିଏ ଛୁଇଁଲା ଶିଖର
ତା'ର ହେଲା ସିଂହାସନ
ଯିଏ ଝୁଣ୍ଟିଲା ବାଟରେ
ତା ଲାଗି ନିଆଁର ବାଡ଼

ଦେଶର ନାଗରିକ
ହେଲେ ମନର ଅଧିନାୟକ
ଅନ୍ଧାରୀ ଭାଗ୍ୟ ମୁଣ୍ଡେଇ
ନୀରବେ ଗଲେ ଯେ ଶୋଇ
କିଏ ପାଇଲା ଅମୃତ ହାଣ୍ଡି
କିଏ ଅନ୍ଧାରେ ହେଲା ଦରାଣ୍ଡି

କିଏ ହଜିଲା ଜହ୍ନରାତିରେ
କିଏ ମରିଲା ହଳାହଳ ବିଷରେ
ଏଇତ ଆମ ଦେଶ
ଯା ଲାଗି ଆମ ଅବଶୋଷ
ସ୍ଵାଧୀନତାକୁ ଖୋଜି ଖୋଜି
ପରାଧୀନତାରେ ଗଲୁଣି ହଜି


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ