ସେହି ଚିଲିକା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ନୀଳାମ୍ବୁ ଶୋଭିତ ସୁନାବ୍ୟା ସୁନ୍ଦରୀ
ଚାରୁଚିତ୍ର ମୟୀ ଚିଲିକା
ମରାଳ ମାଳିନୀ ଉତ୍କଳ କମଳା
ବିଳାସ ଦୀର୍ଘିକା ଚିଲିକା ।।

ଦୂର ଦିଗ୍-ବଳୟ ସୀମାନ୍ତ ବିସ୍ତୃତ
ମନଲୋଭା ଚିତ୍ର ଚିଲିକା
ନୀଳ ଦରପଣ ଗଗନ ବିମ୍ବିତ
ଅପରୁପ ମୟୀ ଚିଲିକା ।।

କୋଟି କୋଟି ଜଳଚର ଜନ୍ମଦାତ୍ରୀ
ପୂଣ୍ୟ ଗର୍ଭା ଦେବୀ ଚିଲିକା
ମଣିମୟ ରତ୍ନ ବୈଦୁର୍ଯ୍ୟ ଶାଳିନୀ
ରତ୍ନଗର୍ଭା ବାଳା ଚିଲିକା ।।

ମରତ ଭୂଇଁ ର ମାନସରୋବର
ରୂପକୁ ନିନ୍ଦଇ ଚିଲିକା 
ନିଶାପତି କୌମୋଦୀ ରେ କୁମୁଦିନୀ 
ଖେଳେ ତୋ ବୁକୁରେ ଚିଲିକା ।।

ଅସଂଖ୍ୟ ବୋଇତ ଭାସମାନ ଚିତ୍ର
ବହନ କରିସେ ଚିଲିକା
ପରିବ୍ରାଜକ ର ମନ ଟାଣି ନିଏ
ଅନୁଢା ସୁନ୍ଦରୀ ଚିଲିକା ।।

ତା ତଟ ଦେଶରେ ମୋର ଜନ୍ମ ଭୂଇଁ
ଅଳଙ୍କୃତ କରେ ଚିଲିକା
କୁଞ୍ଚିକୁଞ୍ଚିକା ତା ପାହାଡ଼ ମାଳାରେ
ମଞ୍ଜୁଳ ଛବିଳ ଚିଲିକା ।।

ମୋ'ଗାଆଁ ର ଶିରୀ ଚିଲିକା ସୁନ୍ଦରୀ
ଅପରୂପମୟୀ ବାଳିକା
ତା ଅମୀୟ ପ୍ରେମ ମୁଗ୍ଧ ମନ ପ୍ରାଣ
କରି ଦିଏ ସେହି ଚିଲିକା ।।

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ - ୮୨୪୯୨୩୪୧୪୩

Post a Comment

0Comments

ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।

Post a Comment (0)